ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟରେ ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ସାବରମତୀ ଜେଲରେ ଥିବା ଅନୀଲ ଯାଦବ ନାମକ ଏହି ଦୁଷ୍କର୍ମକାରୀକୁ ଫାଶୀ ଦିଆଯିବ। ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ଫାଶୀ ଦେବାଲାଗି ଜଣେ ଜହ୍ଲାଦକୁ ଖୋଜୁଛନ୍ତି। ସାବରମତୀ ଜେଲରେ ଶେଷଥର ପାଇଁ ୫୮ ବର୍ଷ ତଳେ ଅର୍ଥାତ୍ ୧୯୬୨ ମସିହାରେ ଜଣକୁ ଫାଶୀଦଣ୍ଡ ଦିଆଯାଇଥିଲା। ତେବେ ୧୯୮୯ ସେପ୍ଟେମ୍ବରରେ ଗୁଜରାଟର ରାଜକୋଟ ଜେଲରେ ଶଶିକାନ୍ତ ମାଲି ନାମକ ଜଣେ ଦୋଷୀକୁ ଫାଶୀ ଦିଆଯାଇଥିଲା। ଅନୀଲ ଯାଦବକୁ ଫାଶୀ ଦିଆଗଲେ ଏହା ହେବ ଗୁଜରାଟରେ ଅଷ୍ଟମ ଫାଶୀ ମାମଲା। ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ ଶିବାନନ୍ଦ ଝା ନିକଟରେ ସାବରମତୀ ଆଶ୍ରମକୁ ଯାଇ ଫାଶୀ ଦିଆଯିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ।