ପୁଣି ଶ୍ରୀକ୍ଷେତ୍ରରେ ଲଜ୍ଜା : ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପୁରୀ,ଏନ୍ଏନ୍ଏସ୍ : ଶ୍ରୀକ୍ଷେତ୍ର ପୁରୀରୁ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ଆସିଛି। ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୀଡିତା ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଜଣେ ଯୁବତୀ ମହାରାଷ୍ଟ୍ରରୁ ଟ୍ରେନ୍ ଯୋଗେ ପୁରୀ ଆସିଥିଲେ। ପୁରୀ ଷ୍ଟେସନରେ ପହଞ୍ଚିବା ପରେ କିଛି ଯୁବକ ତାଙ୍କୁ ଡାକି ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗରେ କହିଛନ୍ତି।