ଟି-ସିରିଜର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଅଭିଯୋଗ କଲେ ୩୦ ବର୍ଷୀୟ ମହିଳା

ମୁମ୍ବାଇ,ଏଜେନ୍ସି: ଟି-ସିରିଜର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୭ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଭୂଷଣ କୁମାର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଏହି ମାମଲାରେ ପୁଲିସଠାରୁ କୌଣସି ସୂଚନା ମିଳିନଥିବା ବେଳେ ଡିଏନ ନଗର ଥାନରେ ଏହି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କୁ କାମ ଦେବା ବାହାନାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଭୂଷଣ। ମାମଲାଟି ବହୁତ ପୁରୁଣା ହୋଇଥିବା ଓ ଉଭୟଙ୍କ ସହମତି ଥିବାରୁ ଏହି ମାମଲାରେ ପୁଲିସ ଭୂଷଣ କୁମାରଙ୍କ ବୟାନ ରେକର୍ଡ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।