ହାଇଦ୍ରାବାଦ : ହାଇଦ୍ରାବାଦର ଉପକଣ୍ଠରେ ସ୍ଥିତ ଶମସାବାଦରେ ୨୬ ବର୍ଷୀୟା ମହିଳା ପଶୁ ଡାକ୍ତରଙ୍କର ଅର୍ଧ ଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ଉତେଜନା ଦେଖା ଦେଇଛି । ତାଙ୍କର ଶବ ନିକଟରୁ ଶହେ ମିଟର ଦୂରରେ ତାଙ୍କର ଅଣ୍ଡରବେୟର ମିଳିଲା ପରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବା ଅନୁମାନ କରା ଯାଉଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ପଶୁଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ବୁଧବାର ଦିନ ଚିକିତ୍ସାଳୟରୁ ଫେରିଲା ବେଳେ ଦେଖିଲେ ଯେତାଙ୍କର ସ୍କୁଟି ପଂକଚର ହୋଇ ଯାଇଛି । ତେଣୁ ସେ ତାଙ୍କର ଭଉଣୀଙ୍କୁ ଫୋନ କଲେ କହିଲେ ଯେ ତାଙ୍କୁ ଖୁବ ଡର ଲାଗୁଛି କାରଣ ତାଙ୍କ ଚାରି ଆଡେ କେବଳ ଲୋଡିଂ ଟ୍ରକ ଓ ଅଜଣା ବ୍ୟକ୍ତି ମାନେ ରହିଛନ୍ତି । ତାଙ୍କ ପରିବାରର ଲୋକ ମାନେ ତାଙ୍କୁ ଗାଡିକୁ ସେଠାରେ ପାର୍କ କରିି କ୍ୟାବରେ ଫେରିବାକୁ ପରାମର୍ଶ ଦେଇଥିଲେ । ଏହାର କିଛି ସମୟ ପରେ ପ୍ରିୟଙ୍କା ତାଙ୍କ ପରିବାରକୁ ଜଣାଇଥିଲେ ଯେ କିଛି ଲୋକ ତାଙ୍କୁ ସହାୟତା କରିବାକୁ ଆସିଛନ୍ତି ଓ ଖୁବ ଶୀଘ୍ର ସେ ଫେରିବେ । ଏହା ପରେ ସେ ଫେରି ନ ଥିଲେ । ଅନ୍ୟ ପଟେ ପରିବାରର ଲୋକ ମାନେ କୌଣସି ସୂଚନା ନ ପାଇବାରୁ ଥାନାରେ ଜଣାଇଥିଲେ । ଗୁରୁବାର ଦିନ ହାଇଦ୍ରାବାଦ- ବେଙ୍ଗାଲୁରୁ ହାଇବେରେ ଜଣେ ମହିଳାଙ୍କ ଅର୍ଧ ଦଗ୍ଧ ଶବ ମିଳିଲା । ଏହାକୁ ତାଙ୍କର ପରିବାରର ଲୋକ ମାନେ ପ୍ରିୟଙ୍କାଙ୍କ ବୋଲି ଚିହ୍ନିଲେ ।
ସ୍ଥାନୀୟ ପୋଲିସ ଡେପୁଟି କମିଶନର କହିଛନ୍ତି ଯେ ତାଙ୍କୁ ହତ୍ୟା କରି ତାଙ୍କ ଶବକୁ ପୋଡି ଦିଆ ଯାଇଛି । ଏହି ଘଟଣା ପରେ ସୋସିଆଲ ମିଡିଆରେ ଲୋକ ମାନେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି ।