ଛାତ୍ରୀ ନିବାସରେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ : ଅଭିଯୁକ୍ତ କୋର୍ଟ ଚାଲାଣ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଠ ପଢୁଥିବା ଜଣେ ନବମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କର ବାରମ୍ବାର ମୁଣ୍ଡ ବୁଲାଇବା ସହ ବାନ୍ତି ଉଠାଇଥିଲା । ତାହାକୁ ନେଇ ଛତ୍ରୀ ଜଣଙ୍କ ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସ୍ୱାସ୍ଥ୍ୟ ପରିକ୍ଷାପରେ ସେ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଟଣା ସମ୍ପର୍କରେ ସଂପୃକ୍ତ ବିଦ୍ୟାଳୟର କର୍ତୃପକ୍ଷ ସୂଚନା ଦିଆଯାଇଥିଲା ।

ଘଟଣା ସଂମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ପରିବାର ଲୋକଙ୍କୁ ଜଣାଇବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତିକରି ଘଟଗାଁ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ଓ ହରିଚନ୍ଦନପୁର ଥାନା ଅଧିକାରୀ ବିଜୟ କୁମାର ମହାପାତ୍ର, ଏସ୍ଆଇ ଚିତ୍ରଗୁପ୍ତ ଚାମ୍ପିଆ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଶରତ ନାହାକ(୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାର ଦିର୍ଘଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।