ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଫେରାର

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ୩୫ ବର୍ଷୀୟା ବିବାହିତ ମହିଳାଙ୍କୁ ଉକ୍ତ ଗ୍ରାମର ପ୍ରଫୁଲ୍ଲ ନାଏକ(୪୫) ଦୁଷ୍କର୍ମ କରିଥିବା ତୁରୁମୁଙ୍ଗା ଥାନାରେ ପିଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପିଡିତାଙ୍କୁ ପୋଲିସ ଡାକ୍ତରୀ ମାଇନା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପିଡିତା ଜଣଙ୍କ ଆଜି ସନ୍ଧ୍ୟାରେ ପୋଖରୀରୁ ଶୌଚ ହୋଇ ଫେରୁଥିବା ସମୟରେ ଅଭିଯୁକ୍ତ ପ୍ରଫୁଲ୍ଲ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଛାନ ଭିନ ଜାରି ରଖିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।