ଗଣଦୁଷ୍କର୍ମ ପରେ ନାବାଳିକାକୁ ପୋଡିଦେଲେ, ୪ ଗିରଫ

ପାଟନା,ଏଜେନ୍ସି: ଜଣେ ୧୨ ବର୍ଷର ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିବାପରେ ଦୁର୍ବୃତ୍ତମାନେ ତାକୁ ଜିଅନ୍ତା ପୋଡିଦେଇଥିବା ଜଣାପଡ଼ିଛି। ଘଟଣାଟି ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି। ପୁଲିସ ଏ ମାମଲାରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଥିବା ପ୍ରକାଶ। ମୁଜାଫରପୁର ଏସପିଙ୍କ ବୟାନ ଅନୁଯାୟୀ ଚାରି ଅଭିଯୁକ୍ତ ଗତ ଡିସେମ୍ବର ୨୩ରେ ଉକ୍ତ ନାବାଳିକାକୁ ଗଣବଳାତ୍କାର କରିବା ସହ ଏହାର ଭିଡିଓ ଚିତ୍ର ଉତ୍ତୋଳନ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଜାନୁଆରୀ ୩ରେ ସେମାନେ ବଳପୂର୍ବକ ଘରେ ପ୍ରବେଶ କରି ପୁଣି ଗଣବଳାତ୍କାର କରିବା ସହ ପ୍ରମାଣ ନଷ୍ଟ କରିବାକୁ ଝିଅକୁ ପୋଡିଦେଇଥିଲେ। ବଡ ଝିଅଠାରୁ ଖବର ପାଇବାପରେ ପଞ୍ଜାବରେ କାର୍ଯ୍ୟ କରୁଥିବା ପିତା ତୁରନ୍ତ ବିହାର ଆସି ଏତଲା ଦେବାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ୍ପି କହିଛନ୍ତି।