ନବରଙ୍ଗପୁରରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାକୋସାଗୁମୁଡା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ୱେଚ୍ଛାସେବୀ ସଂଗଠନ ମା’ଘର ଓ ପରିବାର ଲୋକଙ୍କ ପକ୍ଷରୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ ଶୁକ୍ରବାର ରାତ୍ରିରେ ନାବାଳିକା ଜଣଙ୍କ ପଦାକୁ ପରିସ୍ରା କରିବାକୁ ଯାଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଫେରିନଥିଲେ। ପରେ ଏ ନେଇ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଶନିବାର ସକାଳେ ବିଲ ଭିତରୁ ତାଙ୍କର ମୃତ ଦେହ ମିଳିଛି । ପୁଲିସ ଘଟଣାସ୍ଥଳରୁ ଦୁଇଟି ଯୁବକଙ୍କ ପ୍ୟାଣ୍ଟ ପଡ଼ିଥିବା ସହ ଚପଲକୁ ଜବତ କରିଛି। ପରେ ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।