ଖାକି ପୋଷାକରେ ଗୋଲାପୀ ଦାଗ! ପୁଲିସ ନାଁରେ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ ଏନଏନଏସ : ନିଜଘରେ କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ଜଣେ କନେଷ୍ଟବଳ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହିପରି ଏକ ଘଟଣା ଜଣାପଡିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ଦୁଷ୍କର୍ମ ପୀଡ଼ିତା ଜଣକ ବର୍ତ୍ତମାନ ଗର୍ଭବତୀ ରହିଥିବା ଜଣାପଡ଼ିଛି।

ଏନେଇ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି। ସୂଚନା ଥାଉକି ଖଜୁରୀପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ଗ୍ରାମର ହରିହର ବେହେରା ଜଣେ ଝିଅକୁ ଘର କାମ ପାଇଁ ନିଜ ଘରେ ରଖିଥିଲେ। ତେବେ କିଛି ମାସ କାମ କରିବା ପରେ ଝିଅଟି କିଛି ମାସ ହେଲା ହରିହରଙ୍କ ଘରକୁ ଆଉ କାମ କରିବା ପାଇଁ ଯାଉନାହାନ୍ତି ।

ତେବେ ଝିଅ ଜଣକ ରବିବାର ଘର କାମ କରିବାକୁ ଯାଉଥିବା ସମୟରେ ହରିହର ଝିଅଟିକୁ ଦୁଷ୍କର୍ମ କରିଥିବା ନେଇ ଝିଅଟି ନିଜ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ରବିବାର ଖଜୁରୀପଡ଼ା ଥାନାରେ ହରିହରଙ୍କ ନାମରେ ଏତଲା ଦେଇଛନ୍ତି। ସୂଚନା ଥାଉକି ହରିହର ପୁଲିସ ବିଭାଗରେ ଜଣେ କନେଷ୍ଟବଳ ଭାବେ କାର୍ୟ୍ୟରତ ଅଛନ୍ତି।