ଯାତ୍ରାଦେଖି ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ନେମାଳ ଅଞ୍ଚଳରେ ଗୁରୁବାର ରାତ୍ରିରେ ଜଣେ ୯ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକା ଗାଁ’ ନିକଟରେ ଯାତ୍ରା ଦେଖିବାକୁ ଆସି ଦୁଷ୍କର୍ମର ଶିକାର ହୋଇଥିଲେ।

ପରେ ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେଠାରୁ ନାବାଳିକାଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ପରିବାର ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ନେଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଥିବା ଜଣାଯାଇଛି।