ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ନାବାଳକ ଗିରଫ

ଫୁଲବାଣୀ,ଏନ୍ଏନ୍ଏସ୍: ଜନୈକ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଟାଉନ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁସାରେ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଝିଅର ମା’ ୯ ତାରିଖରେ ଥାନାରେ ଏତାଲା ଦେଇଥିଲେ। ପୁଲିସ ଏହି ଏତାଲାକୁ ଗ୍ରହଣ କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ସଦର ଥାନା ଅଞ୍ଚଳର ଜଣେ ନାବାଳକ ଅପହରଣ କରି ନେଇ ଘରେ ରଖିଥିବା ଜଣାପଡିଥିଲା। ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା। ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ପୀଡ଼ିତାଙ୍କ ବୟାନରୁ ଜଣାପଡିଛି। ଟାଉନ ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।