ଗୋଟିଏ ପରିବାରର ୪ଜଣଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ,ଏଜେନ୍ସି:ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ଲଜ୍ଜ୍ଵ୍ୟା ଜଣକ ଘଟଣା ସାମ୍ନାକୁ ଆସିିିକୁ ଆସିଛି। ଜଣେ ବ୍ୟକ୍ତି ଗୋଟିଏ ପରିବାରର ୪ ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ଦୌସାରେ ଢାବା ଚଳାଉଥିବା ବିଷ୍ଣୁ ଗୁର୍ଜର ନାମକ ଜଣେ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବିଷ୍ଣୁ ଗୁର୍ଜର ପ୍ରଥମେ ଉକ୍ତ ପରିବାରର ଜଣେ ମହିଳାଙ୍କୁ ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା । ପରେ ବିଷ୍ଣୁ ପରିବାରର ଅନ୍ୟ ସଦସ୍ୟାଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଏନେଇ ପୀଡ଼ିତା ଜାଣିବା ପରେ ପୋଲିସରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲା ପରେ ଅନ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ମଧ୍ୟ ବିଷ୍ଣୁ ଦ୍ୱାରା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ କରିଥିଲେ ।

 ପ୍ରଥମ ଅଭିଯୋଗକାରିଣୀଙ୍କ ଦୁଇ ସାନ ଭଉଣୀ ଓ ନାବାଳିକା ଝିଅ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗରୁ ଜଣାପଡ଼ିଥିଲା ।