ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାକୁ ଆସିଥିବା ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ଼ ଆହାରକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ଏହାପରେ ଉପଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ପୀଡ଼ିତାର ମାଆ, ଓ ବଡ଼ ଭଉଣୀ ଦିବ୍ୟାଙ୍ଗପୁଅର ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ଆସିଥିଲେ। ଏହି ସମୟରେ ଡାକ୍ତରଖାନା ସମ୍ମୁଖରେ ଥିବା ଆହାରକେନ୍ଦ୍ରର ଜଣେ ଯୁବକ ଖାଇବାକୁ ଦେବାସହ ରାତିରେ ନାବାଳିକାକୁ ଟେକି ନେଇ ଏକ ପାଇଖାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।