ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଝାରସୁଗଡା ଜିଲ୍ଲା ବ୍ରଜରାଜନଗର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଖପରାପଡ଼ାର ଷ୍ଟେଫାନ ବାର୍ଲା(୪୦) ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ଆଜି ଭୋରରେ ନାବାଳିକା ଜଣକ ଶୌଚ ପାଇଁ ଯାଇଥିବାବେଳେ କେହିନଥିବାର ସୂଯୋଗନେଇ ଷ୍ଟେଫାନ ତାଙ୍କୁ ନିକଟସ୍ଥତ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁସ୍କର୍ମ କରିଥିଲା । ଏହାପରେ ଦୁଷ୍କର୍ମ ବିଷୟରେ କାହାକୁ ନ କହିବାକୁ ଧମକ ଚମକ ଦେଇ ଛାଡି ଦେଇଥିଲା । ନାବାଳିକା ଜଣକ ଏନେଇ ପରିବାରବର୍ଗଙ୍କୁ କହିବାପରେ ସେମାନେ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରିବାସହ ନାବାଳିକା ଓ ଅଭିଯୁକ୍ତର ଡ଼ାକ୍ତରୀ ମଇନା କରିବା ପରେ ଅଭିଯୁକ୍ତକୁ କୋର୍ଟ ଲାଚାଣ କରିଛି।