ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷର ନାବାଳିକାକୁ ୧୦ ଜଣ ଲୋକ ଛ’ମାସ ଧରି ଗଣଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରି ଅନୁସନ୍ଧାନ ଚଳାଇଛି। ଅଭିଯୋଗ ଅନୁଯାୟୀ, ନାବାଳିକା ଓ କେତେକ ଅଭିଯୁକ୍ତଙ୍କ ମଧ୍ୟରେ ବନ୍ଧୁତା ଥିଲା। ପରେ ଆଉ କେତେକ ଏହି ଅପରାଧରେ ସାମିଲ ହୋଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଜଣେ ଅଟୋରିକ୍ସା ଚାଳକ ନାବାଳିକା ଜଣଙ୍କୁ ୬ ମାସ ମଧ୍ୟରେ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା। ଏଥିରେ ଅନ୍ୟମାନେ ମଧ୍ୟ ସମ୍ପୃକ୍ତ ଥିଲେ। ଏହି ଘଟଣାରେ ସୋଲାପୁରର ବିଜାପୁର, ନାକା ଥାନାରେ ମାମଲା ରୁଜୁ କରାଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଛି। ଉଲ୍ଲେଖଯୋଗ୍ୟ ନାବାଳିକାର ବାପାଙ୍କ ମୃତ୍ୟୁ ଘଟିଥିଲାବେଳେ ମା’ ଛୋଟମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ପୁଲିସ କହିଛି।