ଏହି ୨ ଯୁବକଙ୍କ ପାଇଁ ରାନୁଙ୍କ ସହିତ ଦେଖାହୋଇ ପାରୁନାହାନ୍ତି ଝିଅ ଏଲିଜା !

ସାରା ଦେଶରେ ଏବେ ଚର୍ଚ୍ଚିତ ଚେହେରା ପାଲଟିଥିବା ଗାୟିକା ରାନୁ ମଣ୍ଡଳଙ୍କ ପାରିବାରିକ ସମସ୍ୟା ଏବେ ପଦାରେ ପଡିଛି। ମା’ଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ଓ ବଲିଉଡ୍ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ ତାଙ୍କୁ ସୁଯୋଗ ଦିଆଯିବା ପରେ ତାଙ୍କର ଝିଅ ଏଲିଜାବେଥ୍ ଦେଖାକରିଥିଲେ। କିନ୍ତୁ ତାଙ୍କର ଝିଅ ଏବେ ମା ଙ୍କୁ ଦେଖାକରିପାରୁନାହାନ୍ତି। ଏହାର ବାଧକ ସାଜିଛନ୍ତି ୨ ଯୁବକ। ଯିଏ ରାନୁଙ୍କ ଗୀତକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହି ୨ଯୁବକ ମା’ଙ୍କୁ ଦେଖା କରାଇଦେଉନଥିବା ରାନୁଙ୍କ ଝିଅ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ୨ ଯୁବକ ହେଲେ ଅତିନ୍ଦ୍ର ଚକ୍ରବର୍ତ୍ତୀ ଓ ତପ ଦାସ। ଏମାନେ ‘ଆମାର ଶୋବାଇ ସୈତାନ କ୍ଲବ’ର ସଦସ୍ୟ। ସେମାନେ ଏବେ ରାନୁଙ୍କ ମ୍ୟାନେଜର ହୋଇ ସବୁ ପଇସା ଲୁଟ୍ କରୁଛନ୍ତି ଓ ଦେଖା କରିବାକୁ କହିଲେ ମାଡ ମାରିବେ ବୋଲି ଧମକ ଦେଉଥିବା ରାନୁଙ୍କ ଝିଅ ଅଭିଯୋଗ କରିଛନ୍ତି।
ଏଲିଜାବେଥ୍ ହେଉଛନ୍ତି ରାନୁଙ୍କ ପ୍ରଥମ ସ୍ୱାମୀର ଝିଅ। ରାନୁ ଏବେ ଲୋକପ୍ରିୟ ହେଉଥିବାରୁ ତାଙ୍କ ସରଳତାର ସୁଯୋଗ ନେଇ ସମସ୍ତେ ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରକାଶଥାଉକି, ଅନେକ ଦିନ ଧରି ରାନୁ ଅସହାୟ ଥିବାବେଳେ ତାଙ୍କର ଝିଅଙ୍କ ଦେଖାଦର୍ଶନ ମିଳୁ ନଥିଲା ବୋଲି ଜଣାପଡିଥିଲା। ଏଥିପାଇଁ ରାନୁଙ୍କ ଝିଅ ଏଲିଜାବେଥଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା।