ଆର୍ଥିକ ସଙ୍କଟ ମଧ୍ୟରେ ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁନାଇଟେଡ ନ୍ୟାସନାଲ ପାର୍ଟିର ନେତା ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ ହୋଇଛନ୍ତି । ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ବିକ୍ରମସିଂଘେଙ୍କ ପାର୍ଟିର କେବଳ ଗୋଟିଏ ସିଟ ଥିଲେ ମଧ୍ୟ ସେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । କିନ୍ତୁ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଶ ସମ୍ଭାଳିବା ଲାଗି ସବୁ ଦଳର ସମର୍ଥନ ମିଳିଛି । ବିକ୍ରମସିଂଘେଙ୍କ ସରକାର ୬ ମାସ ଚାଲିପାରିବ ।

ସୂଚନାଯୋଗ୍ୟ, ରାନିଲ ବିକ୍ରମସିଂଘେ ୪ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ୨୦୧୮ରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଲା ସିରୀସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । କିନ୍ତୁ ୨ ମାସ ପରେ ତାଙ୍କୁ ସିରୀସେନା ପୁଣିଥରେ ସ୍ଥାପିତ କରିଥିଲେ ।