ବାଲେଶ୍ୱର,ଏନ୍ଏନ୍ଏସ୍:ପ୍ରଚାର ମଇଦାନରେ ଅଭିନେତ୍ରୀ ରାନୀ ପଣ୍ଡା। ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କରୁଛନ୍ତି ରାନୀ । ରାନୀ ବେଣୁଧରଙ୍କ ଗୋଡି ସାହି ସ୍ଥିତ ଘରେ ପହଞ୍ଚି ସାକ୍ଷାତ କରିବା ସହ ତାଙ୍କ ପାଇଁ ରୋଡ ଶୋ’ କରିଛନ୍ତି । ବେଣୁଙ୍କ ସହ ରିକ୍ସାରେ ବସି ରାନୀ ବିଭିନ୍ନ ବସ୍ତି ଏବଂ ଓ୍ୱାର୍ଡରେ ଭୋଟ୍ ଭିକ୍ଷା କରିଛନ୍ତି ।ରାନୀଙ୍କୁ ଫୁଲ ତୋଡ଼ା ଦେଇ ବେଣୁଧର ନିଜ ଘରକୁ ସ୍ୱାଗତ କରିଥିଲେ । ବେଣୁଧର ବାରିକଙ୍କ ଘରେ ରାନୀ ପଖାଳ ଖାଇଛନ୍ତି। ସଜ ପଖାଳ ସାଙ୍ଗରେ ଥିଲା ଚିକେନ୍ କସା, ଆଳୁ ଭଜା, ବାଇଗଣ ଭଜା, କାକୁଡ଼ି ସାଲଡ୍ ଆଉ ଲୁଣ-ଲଙ୍କା-ଲେମ୍ବୁ-ପିଆଜ। ୮୦ ବର୍ଷୀୟ ବେଣୁଧର ଦୀର୍ଘଦିନ ଧରି ବାଲେଶ୍ୱର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲଢେଇ କରୁଥିଲେ । ଆଉ ଏବେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ବସ୍ତି ବାସିନ୍ଦାଙ୍କ ପାଇଁ କାମ କରିବାକୁ ମନ ବଳାଇଛନ୍ତି ।