ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ସରକାରୀ ବାଳିକା ବିଦ୍ୟାଳୟ (କନ୍ୟାଶ୍ରମ)ରେ ଦୀର୍ଘ ୮ ଦିନ ଧରି ଆତ୍ମରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା, ଏବିଇଓ ଅର୍ତ୍ତତ୍ରାଣ ରଥ, ଅର୍ଜ୍ଜୁନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଶାରୀରିକ ଓ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ବର୍ତ୍ତମାନ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ। ଆତ୍ମରକ୍ଷା ତାଲିମ ପ୍ରଶିକ୍ଷୟିତ୍ରୀ ଭାବେ ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ଓ ବେଳଗାଁ ନୋଡାଲ ବିଦ୍ୟାଳୟର ପିଇଆଇ ରୀନା ଠାକୁର ୧୦୦ରୁ ଅଧିକ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।