କୋଲକାତା ପୂଜାମଣ୍ଡପରେ ରଙ୍ଗବତୀ ଫିଭର୍

ସାରା ଦେଶରେ ଚହଳ ପକାଇଥିବା ଓଡିଆ ସମ୍ବଲପୁରୀ ଗୀତ ରଙ୍ଗବତୀ ଏବେ କୋଲକାତାର ପୂଜା ମାହୋଲକୁ ଆହୁରି ସରଗରମ କରିଦେଇଛି । ରଙ୍ଗବତୀ ଗୀତ ପୂଜା ପେଣ୍ଡାଲରେ ବାଜିବା ସହ ଉପସ୍ଥିତ ଦର୍ଶକଙ୍କୁ ବେଶ ମତୁଆଲା କରିଛି । ଦୁର୍ଗାପୂଜାର କେନ୍ଦ୍ରସ୍ଥଳ କୁହାଯାଉଥିବା କୋଲକାତାରେ ବିଭିନ୍ନ ପୂଜାମଣ୍ଡପରେ ରଙ୍ଗବତୀ ଗୀତ ବଙ୍ଗଳା ଭାଷାରେ ବାଜୁଛି ।

ବେଙ୍ଗଲୀ ଫିଲ୍ମ ଗୋତ୍ରରେ ଏହି ରଙ୍ଗବତୀ ଗୀତକୁ ସୁରଜିତ ଚାଟାର୍ଜୀ ଓ ଇମାନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ରିମେକ୍ କରାଯାଇଛି । ଏନେଇ ଇମାନ୍ ନିଜ ଫେସବୁକ୍ ପେଜ୍ ରେ ଲେଖିଛନ୍ତି ଯେ ଏଥର ରଙ୍ଗବତୀ ସବୁ ପୂଜାମଣ୍ଡପକୁ ସରଗରମ କରିବ ।

ପ୍ରକାଶ ଥାଉକି, କୋଲକାତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାମଣ୍ଡପ କରାଯାଇ ସୁସ୍ୱାଦୁ ଖାଦ୍ୟର ଷ୍ଟଲ ଓ ପାରମ୍ପରିକ ନାଚଗୀତ ଚାଲିଥାଏ ।