ଭେଟେରାନ୍ ଅଭିନେତା ରଣନ୍ଧୀର କପୁର କରୋନା ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,ଏଜେନ୍ସି: ଭେଟେରାନ୍ ଚଳଚ୍ଚିତ୍ର ଅଭିନେତା ରଣନ୍ଧୀର କପୁର କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଥିବା ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)କୁ ସ୍ଥାନାନ୍ତର ହୋଇଛନ୍ତି।

ଏହା ପୂର୍ବରୁ ତାଙ୍କର ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନଥିଲା। ସେଥିଲାଗି ଆଇସିୟୁ ବେଡ୍ ଆବଶ୍ୟକ ହେବ ନାହିଁ, ଅଧିକ କରୋନା ଭାଇରସ୍ ସମ୍ବନ୍ଧୀୟ ପରୀକ୍ଷା କରିବାକୁ ତାଙ୍କୁ ସ୍ଥାନାନ୍ତର କରିବାକୁ ପଡିବ ବୋଲି ସେ କହିଥିଲେ। ଏହାଛଡା ରଣନ୍ଧୀର କହିଛନ୍ତି ଯେ ଡାକ୍ତରଖାନା କର୍ମଚାରୀମାନେ ତାଙ୍କ ଯତ୍ନ ନେଉଛନ୍ତି।