ରଣଦୀପ ହୁଡ୍ଡାଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭନେତା ରଣଦୀପ ହୁଡ୍ଡା ନିଜ ଟୁଇଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରିଛନ୍ତି। ଉକ୍ତ ଭଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗାଁର କିଛି ଲୋକ ବାଡ଼ି ଧରି ବଣୁଆ ଜନ୍ତୁଙ୍କ ପଛରେ ଦୌଡ଼ୁଥିବା ଦେଖିବାକୁ ମିଳିଛି ।  ଏହି ବିଷୟରେ ଚିନ୍ତା ପ୍ରକଟ କରି ରଣଦୀପ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଜଙ୍ଗଲ ଆଖପାଖରେ କୌଣସି ପ୍ରକାର ମାନବୀୟ ଗତିବିଧି ହେଉଥିଲେ ଆମେ ତାହାକୁ ‘ମ୍ୟାନ୍ ଆନିମଲ୍ କନଫ୍ଲିକ୍ଟ’ ବୋଲି କହିପାରିବା। ଖାସ୍ କରି ସ୍ଥାନୀୟଲୋକଙ୍କ ଲାଲଫିତାଶାହୀ ନୀତି କାରଣରୁ ଠିକ୍ ସମୟରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନାହିଁ। ଏହି କାରଣରୁ ଲୋକମାନେ ନିଜ ଫସଲ ବଞ୍ଚାଇବାକୁ ପଶୁ ଜନ୍ତୁଙ୍କ ପଛେ ପଛେ ଦୌଡ଼ୁଛନ୍ତି। ଏହାଦ୍ୱାରା ଫସଲ ନଷ୍ଟ ହେଉଛି। ଏହା ଏକ ଚିନ୍ତାର ବିଷୟ। ରଣଦୀପ ଏହି ଟୁଇଟକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ରଣଦୀପଙ୍କ ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ କମେଣ୍ଟ କରୁଛନ୍ତି। ସେୟାର କରିବାର ଅଳ୍ପ ସମୟ ମଧ୍ୟରେ ଏହାକୁ ତିନି ହଜାରରୁ ଅଧିକ ଥର ଦେଖାଯାଇଥିବାବେଳେ ୪୦୦ରୁ  ଅଧିକ ଲାଇକ୍ ମିଳିଛି ଓ ୫୧ ଥର ରିଟୁଇଟ୍ ଆସିଛି।