ସଲମାନଙ୍କୁ ଟକ୍କର ଦେବେ ରଣଦୀପ

ଅଭିନେତା ରଣଦୀପ ହୁଡ୍ଡା ଟକ୍କର ଦେବେ ବଲିଉଡର ‘ସୁଲତାନ’ ସଲମନ ଖାନଙ୍କୁ। ଏ ଭିଡିଓଟି ତାହା ହିଁ ପ୍ରମାଣିତ କରୁଛି। ଆପଣ ତ ଜାଣନ୍ତି, ୨୦୨୦ ଇଦ୍ ଅବସରରେ ସଲମାନଙ୍କ ନୂଆ ଫିଲ୍ମ ‘ରାଧେ’ ମୁକ୍ତିଲାଭ କରିବ। ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ନିଜେ ସଲମାନ ଏ ବାବଦରେ ସୂଚନା ଦେଇଛନ୍ତି।

ଏ ଫିଲ୍ମରେ ସଲମାନଙ୍କ ନାୟିକା ଭାବେ ଦେଖିବାକୁ ମିଳିବେ ଦିଶା ପଟାନୀ। ଫିଲ୍ମର ମୁଖ୍ୟ ଖଳନାୟକ ଚରିତ୍ର କରିବେ ରଣଦୀପ ହୁଡ୍ଡା। ସଲମାନଙ୍କୁ ଠିକ୍ ଟକ୍କର ଦେବା ପାଇଁ ଏବେ ନିଜକୁ ପ୍ରସ୍ତୁତ କରୁଛନ୍ତି ରଣଦୀପ। ଏଥିପାଇଁ ଜିମରେ ଝାଳବୁହା ପରିଶ୍ରମ ଜାରି ରଖିଛନ୍ତି ସେ। ଏହାର ଏକ ଭିଡିଓ ମଧ୍ୟ ରଣଦୀପ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Comments are closed.