ପ୍ରଥମଥର ପାଇଁ ସାଥୀରେ ନଜର ଆସିବେ ରଣବୀର ଓ ଶ୍ରଦ୍ଧା

ମୁମ୍ବାଇ: ସିଲଭର ସ୍କ୍ରିନରେ ପ୍ରଥମଥର ପାଇଁ ଅଭିନେତା ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ଫିଲ୍ମର ଶୀର୍ଷକ ସ୍ଥିର ହୋଇନଥିବାବେଳେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକଙ୍କୁ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ। ଫିଲ୍ମ ସମାଲୋଚକ ତରଣ ଆଦର୍ଶ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଆଦର୍ଶ ଲେଖିଛନ୍ତି କି, ଲବ ରଞ୍ଜନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମଟି ୨୦୨୨ ମାର୍ଚ୍ଚ ୧୮ରେ ରିଲିଜ ହେବ। ଏଥିରେ ରଣବୀର ଓ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ଦିଲ୍ଲୀରେ ହେବ। ଲବ ରଞ୍ଜନ ଓ ଅଙ୍କର ଗର୍ଗ ପ୍ରଯୋଜନା ଭାର ସମ୍ଭାଳିବେ। ଆଉ ଭୂଷଣ କୁମାର ଫିଲ୍ମଟିକୁ ପ୍ରସ୍ତୁତ କରିବେ।