ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ରାଣା ଦଗ୍ଗୁବତୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଆପଣଙ୍କର ମନେଥିବ, ‘ବାହୁବଳୀ’ ଫିଲ୍ମର ଭଲ୍ଲାଲ ଦେବ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଅର୍ଜନ କରିଥିଲେ ରାଣା। ରାଣା ତାଙ୍କର ନିର୍ବନ୍ଧ ଫଟୋ ସେୟାର କରିଛନ୍ତି ସୋସିଆଲ ମିଡିଆରେ, ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି। ଏ ଫଟୋରେ ରାଣା ହ୍ୱାଇଟ ଆଉଟଫିଟରେ ଥିବାବେଳେ ମିହିକା ପରିଧାନ କରିଛନ୍ତି କମଳା ଓ ପିଙ୍କ ରଙ୍ଗର ଶାଢ଼ି। ଫଟୋରେ ଦୁହିଁଙ୍କ ଯୋଡ଼ି ଖୁବ ସୁନ୍ଦର ଲାଗୁଛି। ଦୁହିଁଙ୍କ ଫଟୋକୁ ଅନେକ ଲାଇକ ଓ କମେଣ୍ଟ ମିଳୁଛି। ଅନେକ ପ୍ରଶଂସକ ରାଣା ଓ ମିହିକାଙ୍କୁ ବଧେଇ ଜଣାଇବାକୁ ବି ଭୁଲୁନାହାନ୍ତି। ମିହିକାଙ୍କ ସହିତ ଫଟୋ ସେୟାର କରି ରାଣା ଲେଖିଛନ୍ତି – ଓ ଏହା ଅଫିସିଆଲ’। କୃତି ଖରବନ୍ଦା, ଶ୍ରୁତି ହାସନ, ରିୟା ଚକ୍ରବର୍ତ୍ତୀ, ଅନୀଲ କପୁର ଏବଂ ଆହୁରି ଅନେକ ଫିଲ୍ମ କଳାକାର ନିର୍ବନ୍ଧ ପାଇଁ ରାଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ରାଣା ମିହିକାଙ୍କ ଫଟୋ ସେୟାର କରିବା ସହ ଲେଖିଥିଲେ – ‘ଶେଷରେ ସେ ହଁ କରିଦେଲେ।’