ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ସେ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଗୋଳାବନ୍ଧର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ତାଙ୍କ ସ୍ୱାଗତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାଷ ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ସେ ଗୋଳାବନ୍ଧ ପାଇଁ ବାହାରିଛନ୍ତି।

ସେହିପରି ଆସନ୍ତାକାଲି ଗଞ୍ଜାମ ଜିଲ୍ଲାସ୍ଥିତ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।