ବିଜେପିରୁ ବହିଷ୍କୃତ ହେଲେ ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟା

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ଜିଲ୍ଲା ‘କ’ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ କାରଣରୁ ଦଳରୁ ବହିଷ୍କାର ହେଲେ ରାମନାଗୁଡା ‘କ’ ଜୋନ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ମୁଟୁକା। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଜାରି ହୋଇଥିବା ପତ୍ରରେ ଫେବୃଆରୀ ୧୯ରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ୧୮ତାରିଖରେ ଭୋଟ ନଦେବା ପାଇଁ ବିଜେପି ରାଜ୍ୟ ସଭାପତି ହ୍ୱିପ ଜାରି କରିଥିଲେ।

ତେବେ ଉକ୍ତ ଆଦେଶକୁ ନମାନି, ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଶୃଙ୍ଖଳା ଗତ କାର୍ୟ୍ୟନୁଷ୍ଠାନ ନିଆଯିବାକୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ପରିପେକ୍ଷୀରେ ଦଳକୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଦଳ ପକ୍ଷରୁ ବହିଷ୍କାର କରାଯାଇଥିବା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପତ୍ରରେ ମାଧ୍ୟମରେ ଜଣାଇଛନ୍ତି।