କାଳବୈଶାଖୀ ତାଣ୍ଡବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି

ରାମନାଗୁଡା,ଏନ୍ଏନ୍ଏସ୍ : କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ଅନୁଭୂତ ହୋଇଛି। ରାମନାଗୁଡା ବ୍ଲକର ପାରିଖିତି ,ଗୁଲୁଣ୍ଠି,ଗୁଲୁମୁଣ୍ଡା ସମେତ ଆଦି ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ଅନୁଭୂତ ହୋଇଛି। ସେହିପରି ଗୁଲୁଣ୍ଠି ପଞ୍ଚାୟତର ଗୁଲୁଣ୍ଠି ଗ୍ରାମରେ ୩ଟି ଘର ଭାଙ୍ଗିଥିବା ସୂଚନା ମିଳିଥିବା ବେଳେ ଦାମୋଦର ଗାଣ୍ଟା, ଆସିପୁ ମାଲିକେଶ୍ୱର,ପ୍ରାସାଦ ଦଳପତିଙ୍କ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଥିବା ବେଳେ ବିଦ୍ୟାଧର ଗୌଡ଼ ଓ ଅରକ୍ଷିତ ବିଡିକାଙ୍କ ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ଗୁଲୁଣ୍ଠି ସମିତିସଭ୍ୟ ପ୍ରଶାନ୍ତ ଗୈଡ଼ ସୂଚନା ପ୍ରଦାନ କରିଛନ୍ତି ।

ଅନ୍ୟ ପକ୍ଷରେ ସରପଞ୍ଚ ସୁଶିଳା ନିମାଲା,ସମିତିସଭ୍ୟ ପ୍ରଶାନ୍ତ ଗୌଡ଼ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେବା ସହ ଖୁବଶୀଘ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବାକୁ ସୂଚନା ଦେଇଛନ୍ତି। ସେହିପରି ପାରିଖିତି ପଞ୍ଚାୟତର ଦେଉଳାର ୧୭ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ସହ ଖାମ୍ବାଗୁଡାରେ ୬ଟି ଘର ଭାଙ୍ଗି ଥିବା ବେଳେ ଖିଲାପଦର ଗ୍ରାମରେ ୨ଟି ଘର ଭାଙ୍ଗି ଯାଇଥିବା ରାଜସ୍ୱ ନିରୀକ୍ଷକ ଭବାନୀ ଶବର ସୂଚନା ଦେବା ସହ କ୍ଷତିଗ୍ରସ୍ତ ପରିବାରକୁ ଭେଟି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ।

ସେହିପରି କ୍ଷତିଗ୍ରସ୍ତ ପରିବାରକୁ ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା ପ୍ରମୁଖ ଯାଇ କ୍ଷତିଗ୍ରସ୍ତ ପରିବାରକୁ ଭେଟି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି। ସେହିଭଳି କୁଆପଥର ପ୍ରବଳ ବର୍ଷାରେ ଅନେକ ଗାଡ଼ିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି ।