ଆନ୍ଧ୍ର-ଓଡିଶା ସୀମାନ୍ତରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ରାମନାଗୁଡା,ଏନ୍ଏନ୍ଏସ୍ : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ଗୋଗୁପାଡୁ ପଞ୍ଚାୟତର କାଟିକି ଗ୍ରାମ ନିକଟରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅଞ୍ଚଳବାସୀଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସୀମାନ୍ତରେ ଅନୁଷ୍ଠିତ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ, ତହସିଲଦାର ଜୟଶ୍ରୀ ମଲ୍ଲିକ, ବିଡ଼ିଓ ବେଣୁଧର ଶବର ସୀମାନ୍ତରେ ୨୪ଘଣ୍ଟିଆ ପ୍ରହରା ଦେଉଥିବା ପୋଲିସ କର୍ମଚାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କରୋନାକୁ ସଫଳତାର ସହ ମୁକାବିଲା କ୍ଷେତ୍ରରେ ରାଜ୍ୟସରକାରଙ୍କ ବିଶେଷ ଅବଦାନ ରହିବା ସହ ସଫଳତା ସହ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଥିବାରୁ ଅଞ୍ଚଳରେ କରୋନାର ପଦଧ୍ୱନି ପଡି ନଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କରାଯିବା ନବୀନ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ କ୍ଷୀରଢାଳି ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ଅତିଥିମାନେ ନିଜ ବକ୍ତବ୍ୟରେ କରୋନାକୁ ମୁକାବିଲା ଆଦି କ୍ଷେତ୍ରରେ ଅଞ୍ଚଳବାସୀଙ୍କ ସର୍ମଥନ ରହିବା ସହ ସମସ୍ତେ ସଚେତନ ରହି ମାସ୍କ ବ୍ୟବହାର ଓ ହାତ ଧୋଇବା ,ଜନଗହଳି ସ୍ଥାନରେ ଭିଡ଼ ନଜମାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଲୋକଙ୍କୁ ମାସ୍କ ବ୍ୟବହାର ନେଇ ଘରଘର ବୁଲି ମାସ୍କ ପ୍ରଦାନ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଥିଲା। ସେହିପରି ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ପୋଲିସ ନିଜ ଜୀବନକୁ ଉସର୍ଗ କରି ସୁରକ୍ଷା ପ୍ରଦାନ କରୁଥିବାରୁ କରୋନା ମୁକାବିଲା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ପ୍ରକାଶ କରିବା ସହ ମାନଅଭିମାନ ନକରି କରୋନାକୁ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କରିବାକୁ ଫାଣ୍ଡି ଅଧିକାରୀ ଶ୍ରୀଚନ୍ଦନ ପରାମର୍ଶ ଦେଇଥିଲେ।

ସେହିପରି ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଗୋଗୁପାଡୁ ସରପଞ୍ଚ ବିଜୟ ମାଣ୍ଡାଙ୍ଗିପଞ୍ଚାୟତ ନିର୍ବାହୀ ଅଧିକାରୀ ବଂଶୀଧର ସେଠୀ, କମଳ ମୁଟିକା ,ଅମିତ ମହାରଣା,ସ୍ଥାନୀୟ ନେତା ଗଗନ ଆଚାର୍ଯ୍ୟ, ମକର ଧୋବା ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରିବା ସହ ମହାମାରୀ କରୋନାକୁ ରୋକିବା ଦିଗରେ ଏହି କରୋନା ଯୋଦ୍ଧାଙ୍କ ବିଶେଷ ଅବଦାନ ରହିଥିବା କହିଥିଲେ। ଏହି କାର୍ଯ୍ୟକ୍ରମକୁ କମଳ ମୁଟିକା ପରିଚାଳନା କରିଥିଲେ।