କରୋନା ମାଡ଼: ରମଜାନରେ ଖାଁ ଖାଁ ପଡିଲା ମସଜିଦ

ରାୟଗଡ଼ା,ଏନ୍ଏନ୍ଏସ୍: ଗତ କାଲିଠୁ ରମଜାନ ମାସ ଆରମ୍ଭ ହୋଇଛି। ତେବେ ଏହି ରମଜାନରେ ପୂର୍ବରୁ ମସଜିଦମାନଙ୍କରେ ଉତ୍ସବ ପାଳନ ହେଉଥିବା ବେଳେ କରୋନା ମାଡ଼ରେ ଏହା ଜନଶୂନ୍ୟ ପଡ଼ିଛି। ସେହିପରି ରାୟଗଡାର ଜୁମା ମସଜିଦ ମଧ୍ୟ ଖାଁ ଖାଁ ହୋଇପଡ଼ିଛି। ଯେଉଁ ସମୟରେ ମସଜିଦ ଗୁଡିକରେ ନମାଜ ପାଠ ପାଇଁ ଶହଶହ ସଂଖ୍ୟାରେ ମୁସଲମାଙ୍କ ଭିଡ ଜମିଥାଏ ସେଠି ଆଜି ଶୂନ୍ୟତା ଦେଖାଦେଇଛି। କେବଳ ୨-୪ଜଣ ମସଜିଦ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ଘରେ ରହି ନମାଜ ପାଠ କରିବା ସହ ସାମାଜିକ ଦୂରତ୍ୱ ନିୟମର ପାଳନ କରୁଛନ୍ତି।

ଏହି ପବିତ୍ର ମାସରେ ମୁସଲମାନମାନେ ଦିନ ସାରା ଉପବାସ କରନ୍ତି ଓ ସଞ୍ଜ ହେଲେ ନମାଜ ପାଠ କରି ବ୍ରତ ଭାଙ୍ଗି ଥାନ୍ତି। ଏଭଳି ମାସସାରା ଚାଲିଥାଏ। ତେବେ କରୋନା ଲକଡାଉନ ଯୋଗୁଁ ମସଜିଦରେ ସମୂହ ନମାଜପାଠ ପାଇଁ କଟକଣା ହୋଇଛି। କେବଳ ମୁସଲିମ ସଂପ୍ରଦାୟର ଧର୍ମଗୁରୁ ମାନେ ରିତି ରିବାଜରେ ପୂଜାପାଠ କରୁଥିବା କହିଛନ୍ତି ରାୟଗଡ଼ା ସ୍ଥିତ ଜୁମା ମସଜିଦର ଇମାମ ହସରତ ଅଲ୍ଲି କାଦର। ତେବେ କରୋନାକୁ ପାଇଁ ସମସ୍ତ ମୁସଲିମ ଭାଇଭଉଣୀ ଏହି ମାସରେ ମସଜିଦକୁ ନଆସି ନିଜନିଜ ଘରେ ନମାଜ ପଢିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ମୁସଲମାନ ଧର୍ମଗୁରୁ ହସରତ ଅଲ୍ଲି କାଦର।

ନିୟମ ମୁତାବକ ପ୍ରତ୍ୟେକ ଦିନ ରାତିରେ ରମଜାନ ମାସରେ ମସଜିଦରେ ଗୋଟିଏ ଗୋଟିଏ ଅଧ୍ୟାୟ ସାମୁହିକ କୋରାନ ପାଠର ନିୟମ ରହିଥିବା ବେଳେ କୋରୋନା ଯୋଗୁଁ ଏଥିରୁ ଆମେ ଏ ବର୍ଷ ବଞ୍ଚିତ ରହୁଛୁ। ତଥାପି ସରକାରଙ୍କ ନିୟମକୁ ମାନି ଅମେ ନିଜ ନିଜ ଘରେ ପରିବାର ସହ କୋରାନ ପାଠ ସହ ଓପବାସ ପାଳନ କରୁଥିବା ଜଲିଲ କହିଛନ୍ତ। ତେବେ ରମଜାନର ଶେଷ ଦିନରେ ଜଦି ଲକଡ଼ାଉନ ଉଠି ଥିବ ତେବେ ମସଜିଦରେ ସାମୁହିକ ପ୍ରଥନା ସହିତ ଇଦ ମିଲର ଉତ୍ସବ ଅନୁଷ୍ଟିତ ହେବ ନଚେତ ଘରେ ଘରେ ହିଁ ଇଦକୁ ପାଳନ କରିବେ ବୋଲି ସେ ସୁଚନା ଦେଇଛନ୍ତି।