ଛୋଟ ପରଦାକୁ ଫେରୁଛି ରାମାୟଣ

ନୂଆଦିଲ୍ଲୀ: କରୋନା ଭାଇରସ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ଲକଡାଉନ କରିଦେଇଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଦୂରଦର୍ଶନରେ ପୁନର୍ବାର ରାମାୟଣ ପ୍ରସାରଣ ହେବାକୁ ନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ୨୮ ମାର୍ଚ୍ଚ ଶନିବାରରୁ ରାମାୟଣ ପ୍ରସାରଣ ଆରମ୍ଭ ହେଉଥିବାବେଳେ ପ୍ରଥମ ଅଧ୍ୟାୟ ସକାଳ ୯ଟାରେ ଓ ଦ୍ୱିତୀୟ ଅଧ୍ୟାୟ ରାତି ୯ଟାରେ ପ୍ରସାରିତ ହେବ। ଏହାକୁ ପୁନର୍ବାର ଟିଭିରେ ପ୍ରସାରିତ କରିବା ପାଇଁ ଗତ କିଛି ଦିନ ହେବ ଆଲୋଚନା ହେଉଥିବାବେଳେ ଲକଡାଉନ ଯୋଗୁଁ ରାମାୟଣ ଟିଭିକୁ ଫେରୁଛି।