ଧାନମଣ୍ଡି ଅବ୍ୟବସ୍ଥାନେଇ ଚାଷୀଙ୍କ ରାସ୍ତା ଅବରୋଧ

ରାମନାଗୁଡ଼ା,ଏନ୍ଏନ୍ଏସ୍: ମଣ୍ଡିରେ ଧାନବିକ୍ରିରେ ଅବ୍ୟବସ୍ଥା। ଧାନ ଅମଳ ହୋଇଯାଇଥିଲେ ମଧ୍ୟ ମଣ୍ଡି ବିଳମ୍ବରେ ଖୋଲିଥିଲା । ଏବେବି ଅନେକ ଚାଷୀଙ୍କର ଟୋକନ ଆସିନାହିଁ। ଯାହାକୁ ଟୋକନ ଆସିଛି ସେଥିରେ ପରିମାଣ ଲଖାଯାଇନାହିଁ। ଧାନବିକ୍ରି ପାଇଁ ମଣ୍ଡିକୁ ନେଲେ ମିଲର୍ କିଣୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଧାନମଣ୍ଡିରେ ଚାଷୀ ଉତ୍ତ୍ୟକ୍ତ ହୋଇ ଧାନ ବୋଝେଇ ଟ୍ରାକ୍ଟର ରାସ୍ତା ଉପରେ ରଖି ଅବରୋଧ କରିଥିଲେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସରକାରୀ ଧାର୍ଯ୍ୟଦର ୧୮୬୮ଟଙ୍କା ଥିବାବେଳେ ଚାଷୀଙ୍କଠାରୁ ମିଲରମାନେ ୧ହଜାର ଟଙ୍କାରେ ଧାନକ୍ରୟ କରୁଛନ୍ତି। ଏନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି କ୍ୱିଣ୍ଟାଲ ପିଛା ମିଲରମାନେ ୩କେଜି ଧାନ କାଟି ନେଉଥିବା ଅଭିଯୋଗ କରିଛନ୍ତି। ଖବରପାଇ ଗୁଣୁପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିବାବେଳେ ଚାଷୀ ଜିଦରେ ଅଡି ବସିଥିଲେ। ଉପଖଣ୍ଡ ଯୋଗାଣ ଅଧିକାରୀ ସଦଗା ମୁର୍ମୁ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା।