ରାମନାଗୁଡ଼ା/ଗୁଣୁପୁର,ଏନ୍ଏନ୍ଏସ୍: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ। ଏକ ୬ ବର୍ଷର ନାବାଳିକାଙ୍କୁ ଟ୍ୟୁସନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ପୁଟାସିଂଥାନା ଜଲତାର ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ,କରୋନା ପାଇଁ ସ୍କୁଲ ଓ ଟ୍ୟୁସନ ଚାରିଆଡେ ବନ୍ଦ ଥିବାରୁ ଯୁବକ ଜଣକ ନିଜ ଘରେ ପାଠ ପଢ଼ାଉଥିଲେ। ଟ୍ୟୁସନ ସରିବାପରେ ଉକ୍ତ ଶିଶୁକୁ ପିଜୁଳି, ଅଙ୍ଗୁର ଆଦି ଫଳ ଦେବାର ଲୋଭ ଦେଖାଇ ଏକ କପା କ୍ଷେତକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ମାଆଙ୍କୁ କହିବାପରେ ପରିବାର ଲୋକେ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଯୁବକକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବାବେଳେ ଦୁଷ୍କର୍ମକାରୀ ଓ ପିଡ଼ୀତା ଶିଶୁଙ୍କ ଡ଼ାକ୍ତରୀ ମାଇନା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।