ବିଜେଡିରେ ମିଶିଲେ ତିର୍ତ୍ତୋଲର ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିରେ ଯୋଗଦେଲେ ପୂର୍ବତନ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ । ଗତ ୬ ତାରିଖରେ ସେ ବିଜେପି ଛାଡିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ।  ରମାକାନ୍ତ ବିଜେଡିରେ ଯୋଗଦେବା ସମୟରେ ଦଳର ଉପସଭାପତି ଦେବୀ ମିଶ୍ର, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ନିର୍ବାଚନ ଦାୟିତ୍ବରେ ଥିବା ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ ।

ପ୍ରକାଶ ଯେ, ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ୍ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିରୁ ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୦,୪୭୭ ଖଣ୍ଡରୁ ଅଧିକ ଭୋଟ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ ।