ତ୍ରିପୁରା: ୨୦୨୪ ଜାନୁଆରୀ ୧ରେ ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏନେଇ ତ୍ରିପୁରା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ନିର୍ବାଚନୀ ରାଜ୍ୟ ତ୍ରିୁପରାରେ ବିଶ୍ୱାସ ଯାତ୍ରା ଅନ୍ତର୍ଗତ ଏକ ରାଲଚୁ ସମ୍ବୋଧନ କରି ରାମ ମନ୍ଦିର ସମ୍ପର୍କରେ ଶାହ କହିଛନ୍ତି ।
ଏହି ଅବସରରେ ଶାହ ଆହୁରି କହିଛନ୍ତି ଯେ, ଆମକୁ ଆଉ ୫ ବର୍ଷ ଦିଅନ୍ତୁ ଆମେ ତ୍ରିପୁରା ଭଳି ଛୋଟ ରାଜ୍ୟକୁ ସବୁଠୁ ସମୃଦ୍ଧ ରାଜ୍ୟରେ ପରିଣତ କରିବୁ । ୨୦୧୯ରେ ମନ୍ଦିର କେବେ ତିଆରି ହେବ ବୋଲି ରାହୁଲ ଗାନ୍ଧୀ ପଚାରୁଥିଲେ । ମୁଁ ତାଙ୍କୁ କହିବାକୁ ଚାହୁଁଛି, କାନ ଖୋଲିକି ଶୁଣନ୍ତୁ ୨୦୨୪ ଜାନୁଆରୀ ୧ରେ ରାମ ମନ୍ଦିର ଆପଣଙ୍କୁ ପ୍ରସ୍ତୁତ ମିଳିବ ।