ଅମିତ ଶାହା କହିଲେ ୪ ମାସରେ ରାମ ମନ୍ଦିର

ଝାଡଖଣ୍ଡ: ଆଗାମୀ ୪ ମାସ ମଧ୍ୟ‌ରେ ନିର୍ମାଣ ହେବ ଅଯୋଧ୍ୟା ରାମ ମନ୍ଦିର ଏନେଇ ଝାଡଖଣ୍ଡର ପାକୁଡ ଠାରେ ନିର୍ବାଚନ ସଭାରେ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଶାହା କହିଛନ୍ତି ଆଗାମୀ ୪ ମାସ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଶେଷ ହେବ।

ସୁପ୍ରିମକୋର୍ଟଙ୍କ ରାୟ ପରେ ମନ୍ଦିର ନିର୍ମାଣ ସୁଗମ ହୋଇଛି। ୧୦୦ ବର୍ଷରୁ ସାରା ବିଶ୍ବରେ ବସବାସ କରୁଥିବା ହିନ୍ଦୁମାନେ ଦାବି କରିଆସୁଥିଲେ ରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ତିଆରି କରାଯାଉ। ସମଗ୍ରବିଶ୍ବରେ ବସବାସ କରୁଥିବା ହିନ୍ଦୁମାନଙ୍କ ଦାବି ଆଉ ମାତ୍ର ୪ ମାସ ମଧ୍ୟରେ ପୂରଣ ହୋଇଯିବ।