ଅଯୋଦ୍ଧା ରାମ ମନ୍ଦିର ଭୂମିପୂଜନ: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

ଅଯୋଦ୍ଧା: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ରାମ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମ୍ପୂର୍ଣ୍ଣ ବିଧିବଦ୍ଧ ରୀତିନୀତିରେ ଏହି ଭୂମିପୂଜାକୁ ସମ୍ପନ୍ନ କରାଯାଇଛି। ଭୂମିପୂଜନ ପରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ପଣ୍ଡିତଙ୍କୁ ଦକ୍ଷିଣା ଦିଆଯାଇଛି। ଅଯୋଦ୍ଧା ଏହି ଐତିହାସିକ ଘଟଣାର ସାକ୍ଷୀ ସାଜିଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଜୟ ଶ୍ରୀରାମ ଧ୍ୱନି ପରିବେଶକୁ ସମ୍ପୂର୍ଣ୍ଣରୂପେ ଭାବାପୂର୍ଣ୍ଣ କରିଦେଇଛିି।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି କି, ‘୧୩୫ କୋଟି ଭାରତବାସୀ ଓ ସମଗ୍ର ବିଶ୍ୱରେ ସନାତନ ଧର୍ମ ପ୍ରତି ଥିବା ଲୋକଙ୍କ ଆସ୍ଥାକୁ ପୂର୍ଣ୍ଣ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଛନ୍ତି।’