‘ରକ୍ଷା ବନ୍ଧନ’ର ପୋଷ୍ଟର ରିଲିଜ୍

ନୂଆଦିଲ୍ଲୀ ଏଜେନ୍ସି: ରକ୍ଷା ବନ୍ଧନ ଅବସରରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ର ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରରେ ଅକ୍ଷୟ ଚାରି ଭଉଣୀଙ୍କୁ ସ୍ନେହରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ‘ରକ୍ଷା ବନ୍ଧନ’ର ନିର୍ଦ୍ଦେଶନା ଦେଉଛନ୍ତି ଆନନ୍ଦ ଏଲ୍ ରାୟ। ଫିଲ୍ମର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା। ୨୦୨୧, ନଭେମ୍ବର ୫ ତାରିଖରେ ରିଲିଜ୍ ହେବ ‘ରକ୍ଷା ବନ୍ଧନ’। ଅକ୍ଷୟ କୁମାର ଏହି ଫିଲ୍ମକୁ ଭଉଣୀ ଅଳକାଙ୍କୁ ସମର୍ପିତ କରିଛନ୍ତି। ଏ ବାବଦରେ ଅକ୍ଷୟ ନିଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଜୀବନରେ ଏଭଳି କାହାଣୀ ଖୁବ୍ କମ୍ ଥର ସାମ୍ନାକୁ ଆସେ, ଯାହା ହୃଦୟର ଗଭୀରତାକୁ ସ୍ପର୍ଶ କରେ। ତାହା ପୁଣି ଏତେ ତୀବ୍ର ଗତିରେ। ମୋ କ୍ୟାରିୟରର ସବୁଠୁ ଅଧିକ ତରବରିଆ ଭାବେ ଏହି ଫିଲ୍ମକୁ ସାଇନ କରିଛି। ଏହି ଫିଲ୍ମଟିକୁ ମୁଁ ମୋର ପ୍ରିୟ ଭଉଣୀ ଅଳକାକୁ ସମର୍ପିତ କରୁଛି, ଯାହା ସହିତ ମୋର ସମ୍ପର୍କ ଖୁବ୍ ସ୍ୱତନ୍ତ୍ର। ଏହା ମୋ ଜୀବନର ସବୁଠୁ ଖାସ୍ ଫିଲ୍ମ ମଧ୍ୟରୁ ଗୋଟିଏ’।