ରାକେଶ ସିଂ ଭଦୋରିଆ ଭାରତୀୟ ବାୟୁସେନାର ନୂତନ ଦଳ ପ୍ରମୁଖ

ନୂଆଦିଲ୍ଲୀ,ଏଜେନ୍ସଏୟାରମାର୍ଶଲରେ ରାକେଶ ସିଂ ଭଦୋରିଆ ଭାରତୀୟ ବାୟୁସେନାର ନୂତନ ଦଳପ୍ରମୁଖ ଭାବେ ଦାୟିତ୍ୱ ନେଇଛନ୍ତି। ଏ ନେଇ ବାୟୁସେନାର ମୁଖ୍ୟାଳୟରେ ଶ୍ରୀ ଭଦୋରିଆ ବିଏସ ଧନୱାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁନେର ନେସନାଲ ଡିଫେନ୍ସ ଏକାଡେମୀ(ଏନଡିଏ)ରୁଭଦୋରିଆ ତାଲିମ ନେଇଛନ୍ତି।

ସେହିପରି ତାଙ୍କର ୪ହଜାର ୨୫୦ଘଣ୍ଟା ଉଡ଼ାଣର ଅଭିଜ୍ଞତା ରହିଥିବା ସହ ୨୬ପ୍ରକାର ଲଢ଼ୁଆ  ବିମାନ ଚଳାଇବାର ଦକ୍ଷତା ରହିଛି। ଭଦୋରିଆ ନିଜର ୩୬ ବର୍ଷର ଚାକିରିରେ ଅତି ବିଶିଷ୍ଟ ସେବା ମେଡାଲ, ବାୟୁସେନା ମେଡାଲ, ପରମ ବିଶିଷ୍ଟ ମେଡାଲ ସହିତ ଅନେକ ପଦ ହାସଲ କରିଛନ୍ତି। ସେହିପରି ଧନୱା ଆଜି କାର୍ଯ୍ୟରୁ ଅବସର ନେଇଥିବାବେଳେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।