ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମାର୍ଚ୍ଚ ୨୬ରେ ରାଜ୍ୟସଭାର ୫୫ ଆସନ ପାଇଁ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଖାଲି ହେଉଥିବା ୫୫ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୪ଟି ସିଟ୍‌ ରହିଛି। ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ ହେବ ଭୋଟ ଗ୍ରହଣ । ସକାଳ ୯ଟାରୁ ଅପରାହ୍ନ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହା ସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।