ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅମର ସିଂହଙ୍କ ଆଜି ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
ସୂଚନା ଅନୁସାରେ ୨୦୧୩ରେ ଶ୍ରୀ ସିଂହ କିଡ଼ନୀ ଖରାପ ହୋଇଯାଇଥିଲା। ପରେ ତାଙ୍କର କିଡ଼ନୀ ପ୍ରତ୍ୟାରେପଣ କରାଯାଇଥିଲା। ତେବେ ଗତ ୭ ମାସ ତଳେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିଲା।