ପାକିସ୍ତାନ ଓ ଚୀନକୁ ରାଜନାଥଙ୍କ କଡ଼ା ଚେତାବନୀ

ଜମ୍ମୁ-କଶ୍ମୀର: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ ବିଶ୍ୱବିଦ୍ୟାଳୟର ଜେନେରାଲ ଜୋରାବର ସିଂହ ସଭାଗୃହରେ ପ୍ରତିରକ୍ଷା କନକ୍ଲେଭକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଇ ରାଜନାଥ କହିଛନ୍ତି ଯେ, ଗତ ୯ ବର୍ଷରେ ମୋଦୀ ସରକାରରେ ବିଶ୍ୱରେ ଭାରତର ପରିଚୟ ଅନେକ ଗୁଣା ବଢ଼ିଛି । ପାକିସ୍ତାନ ଅଧିକୃତ କଶ୍ମୀର (POK) ଆମର ଅଂଶ ରହିଛି ଏବଂ ସେଠାକାର ଲୋକ ମଧ୍ୟ ଭାରତ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି । ଜମ୍ମୁ-କଶ୍ମୀରର ଏକ ବଡ଼ ଅଂଶ ପାକିସ୍ତାନ କବଜାରେ ରହିଛି । ଭାରତରେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଜିଉଁ ଥିବାବେଳେ ପାକିସ୍ତାନ ତରଫରୁ ଅନ୍ୟାୟ କରାଯାଉଥିବା ନେଇ ପାକିସ୍ତାନରେ ରହୁଥିବା ଲୋକେ ଅନୁଭବ କରୁଛନ୍ତି । ଅନ୍ୟପଟେ ଚୀନ ସୀମାରେ ଏଲଏସି ଚୁକ୍ତିକୁ ଉଲ୍ଲଂଘନ କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ଆମେ ଦୁର୍ନୀତି ସମ୍ପୂର୍ଣ୍ଣ ରୂପେ ଶେଷ କରିଦେଇଛୁ ବୋଲି ମୁଁ ଦାବୀ କରୁନି । ଏହା କେହି ବି କରିହେବନି । କେବଳ ଭାଷଣ ଦେଇ ଏହାକୁ କମ୍ କରାଯାଇ ପାରିବନି ବ୍ୟବସ୍ଥା ବଦଳାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ।