ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିଶାଇଲର ସଫଳ ପରୀକ୍ଷଣକୁ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିଶାଇଲର ସଫଳ ପରୀକ୍ଷଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଡିଆରଡିଓର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ଏ ନେଇ ଶ୍ରୀ ସିଂ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି।

ଗୋଟିଏ ପଟେ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ପ୍ରତିଦିନ କିଛି ନା କିଛି ନୂଆ ଯୁଦ୍ଧଅସ୍ତ୍ରର ପରୀକ୍ଷଣ କରୁଛି। ତେବେ ଡିଆରଡିଓ ପକ୍ଷରୁ ଏମବିଟି ଅର୍ଜୁନ ଦ୍ୱାରା ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ଏହି ମିଶାଇଲରେ ୩ କିଲୋମିଟର ଦୂରରୁ ଲକ୍ଷ ଭେଦକରି ଶତ୍ରୁର ଟ୍ୟାଙ୍କକୁ ଧ୍ୱସ୍ତ କରିବାର କ୍ଷମତା ରହିଛି।