ଲଣ୍ଠନ ଭାଙ୍ଗି ତେଲ ବୋହିଯାଇଛି: ରାଜନାଥ ସିଂ

ପାଟନା,ଏଜେନ୍ସି: ବିହାରର କହଲଗାଁଠାରେ ବୁଧବାର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଏବଂ ଆର୍‌ଜେଡି ଗଠବନ୍ଧନକୁ ଟାର୍ଗେଟ୍ କରିଛନ୍ତି । ଉଭୟ ଦଳକୁ କଟାକ୍ଷ କରି ସେ କହିଛନ୍ତି ଯେ, ଲଣ୍ଠନ (ଆର୍‌ଜେଡିର ଦଳୀୟ ଚିହ୍ନ) ଭାଙ୍ଗିଯାଇ ସେଥିରୁ ତେଲ୍ ଲିକ୍ ହୋଇଯାଇଛି । ବର୍ତ୍ତମାନ ହାତ(କଂଗ୍ରେସର ଦଳୀୟ ଚିହ୍ନ) କିମ୍ବା ଦଳର କୌଣସି ଚାଲ୍ କାମ କରିବ ନାହିଁ ବୋଲି ରାଜନାଥ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ବିହାରର ପ୍ରାୟ ୨୫ ଲକ୍ଷ ଲୋକ ଲାଭବାନ୍ ହୋଇଥିବା ସମ୍ପର୍କରେ ସେ ରାଲିରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିହାର ବିଧାନସଭା ନିର୍ବାଚନ ପାଇଁ ଆଗାମୀ ଛଅଦିନ ମଧ୍ୟରେ ୧୮ରୁ ଊର୍ଦ୍ଧ୍ୱ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।