ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ।  ଗତକାଲି ବାଲେଶ୍ବର ସଦର ପାଇଁ ମାନସ ଦତ୍ତ ଏବଂ ତିର୍ତ୍ତୋଲ ଆସନ ପାଇଁ ରାଜକିଶୋର ବେହେରାଙ୍କ ନାଁ ଘୋଷଣା କରିଥିଲା ବିଜେପି। ଆସନ୍ତା ୧୬ତାରିଖରେ ନାମାଙ୍କନ ଦାଖଲ ସରିବ । ନଭେମ୍ବର ୩ରେ ଭୋଟ ଗ୍ରହଣ ହେବ ।