ଆରପାରିରେ ରାଜୀବ କପୁର

ମୁମ୍ବାଇ: ଅଭିନେତା ରଣଧୀର କପୁର ଓ ଋିଷି କପୁରଙ୍କ ସାନ ଭାଇ ରାଜୀବ କପୁର ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଚେମ୍ବୁରସ୍ଥିତ ଘରେ ଆଜି ରାଜୀବ ହୃଦଘାତର ଶିକାର ହୋଇଥିଲେ। ପରେ ରଣବୀର କପୁରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ରାଜୀବଙ୍କୁ ଇନଲେକ୍ସ ହସ୍ପିଟାଲ ନେଇଥିଲେ। ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ରାଜୀବ କପୁର ଏକାଧାରରେ ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ। ରାଜୀବ ୧୯୮୩ରେ ‘ଏକ ଜାନ ହେଁ ହାମ୍’ ଫିଲ୍ମରୁ ଡେବ୍ୟୁ କରିଥିଲେ। ‘ରାମ ତେରୀ ଗଙ୍ଗା ମେଲି’ ଫିଲ୍ମରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ‘ପ୍ରେମଗନ୍ଥ’ ମୁଭିରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ଆଉ ‘ଆ ଅବ ଲୌଟ ଚଲେଁ’, ‘ପ୍ରେମଗ୍ରନ୍ଥ’ ଓ ‘ହିନା’ରେ ପ୍ରଯୋଜନା କରିଥିଲେ।