ରାଜସ୍ଥାନରେ ୧୪ ଦିନିଆ ଲକଡାଉନକୁ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜୟପୁର,ଏଜେନ୍ସି: ଆଜିଠାରୁ ରାଜସ୍ଥାନରେ ରାଜ୍ୟ ବ୍ୟାପୀ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜସ୍ଥାନରେ ମେ’ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି। ଲକଡାଉନ କାର୍ଯ୍ୟକାରୀ କରିବାରେ କୌଣସି ପ୍ରକାର ଅବହେଳା ହେବା ଉଚ୍ଚିତ ନୁହେଁ, ଯଦି କେହି ଏହି ଲକଡାଉନ ଆଇନର ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ଟିକାକରଣ, ସ୍ୱାସ୍ଥ୍ୟକ୍ଷେତ୍ର ଓ ଅନ୍ୟ କ୍ଷେତ୍ରକୁ ଲକ୍ଷ କରି ଏହି ଲକଡାଉନ ଦ୍ୱାରା ହିଁ କରୋନା ଭାଇରସର ସଂକ୍ରମଣକୁ ରୋକାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।