ଓଳାଭର, ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସଆଇ ବୈଷ୍ଣବ ବେହେରା। ୫ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।
ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା ପଞ୍ଚାୟତର ଗୋକର୍ଣ୍ଣେଶ୍ୱର ଗ୍ରାମର ଦିବାକର ସେଠୀଙ୍କର କିଛି ଦିନ ହେବ ଏକ ଜମିବାଡି ବିବାଦ ଚାଲିଥିଲା । ଏହି ମାମଲାରେ ଫଇସାଲା କରିବା ପାଇଁ ଏଏସଆଇ ବୈଷ୍ଣବ ବେହେରା ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦିବାକର ଏନେଇ କେନ୍ଦ୍ରାପଡା ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଏଏସଆଇକୁ ଧରିବା ପାଇଁ ଜାଲ ବିଛାଇଥିଲା । ଦିବାକର ଏଏସଆଇ ବୈଷ୍ଣବ ବେହେରାଙ୍କୁ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା।