ଜେଲ ଗଲା ନିହାରିକା ହତ୍ୟାକାରୀ ରାଜା

ଜଗତସିଂହପୁର,ଏନ୍ଏନ୍ଏସ୍: କିଶୋର ଆଞ୍ଚଳର ୩ ଦିନିଆ ରିମାଣ୍ଡ ଅବଧି ସରିବା  ପରେ ତାକୁ ଗୁରୁବାର ଆଳି ପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଛି। ତେବେ ଗତ ୨୩ ତାରିଖରେ ବିରିଡ଼ି ଥାନା ପୁଲିସ ଅଧିକ ପଚରା ଉଚୁରା ପାଇଁ ରାଜାକୁ ୩ଦିନିଆ ରିମାଣ୍ଡରେ ନେଇଥିଲା।

ରାଜା ହିଁ ନିହାରିକାଙ୍କୁ ମାରିଥିବା ଓ ପରେ ତାର ଶବକୁ ଏକ ଅଖାରେ ପୂରାଇ ବାଇକରେ ଆଣି ବିଲୁଆ ଖାଇ ନଦୀରେ ପକାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଜଗତସିଂହପୁର ଏସପି ଆର ପ୍ରକାଶ ସୂଚନା ଦେଇଛନ୍ତି। ତେବେ କିପରି ମାରିଲେ ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ତଣ୍ଟି ଚିପି  ହତ୍ୟା ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଉଛି। ସେହିପରି ଡିଏନ୍‌ଏ ରିପୋର୍ଟ ଆସିବା ପରେ ରାଜାକୁ ପୁଣି ଥରେ ରିମାଣ୍ଡରେ ନିଆଯାଇପାରେ ବୋଲି ଏସପି ସୂଚନା ଦେଇଛନ୍ତି।