ଆନ୍ଧ୍ରପ୍ରଦେଶ,ଏନ୍ଏନ୍ଏସ୍: ଆଜି ଆନ୍ଧ୍ରପ୍ରଦେଶ ରାଜଭବନର ୪ ଜଣ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ଜଣେ ନର୍ସ ଥିବା ଜଣାପଡ଼ିଛି। ଏହା ପରେ ବିଜୟବାଡ଼ାରେ ଥିବା ରାଜଭବନ ପରିସରକୁ ସାନିଟାଇଜ କରାଯାଇଛି। ଡ୍ରୋନ ସାହାର୍ଯ୍ୟରେ ସୋଡିୟମ ହାଇପୋକ୍ଲୋରଇଡ ସ୍ପ୍ରେ କରାଯାଇଛି।